ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା
ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ଜାରି ହେଲା ୧୪୪ ଧାରା । ସିଂହଦ୍ୱାର ଓ ଏହାର ଚାରିପଟେ ଜନସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪ଧାରା ଭୋର ୪ଟାରୁ କଟକଣା ଲାଗୁ ହୋଇଛି । ଏହି କଟକଣା ମଧ୍ୟରାତ୍ର ପର୍ୟ୍ୟନ୍ତ ବଳବତର ରହିବ । ଏବଂ ସାଧାରଣ ଦର୍ଶନ ଉପରେ ଆଜି ପାଇଁ କଟକଣା ଲଗାଯାଇଛି ।
କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନସମାଗମ ହେବା, ପ୍ରଦୂଷଣ ବଢିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏପଟେ ବିଏମସି ମଧ୍ୟ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କଟକଣା ଜାରି କରିଛି । ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି ।