ପରଲୋକରେ କାର୍ଟୁନିଷ୍ଟ କିଶୋର ରଥ
ପରଲୋକରେ ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥ । ହୃଦଘାତରେ ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ‘କଟାକ୍ଷ କିଶୋର’ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ସମାଲୋଚନାମୂଳକ କାର୍ଟୁନ ବେଶ ଲୋକପ୍ରିୟ ହୋଇଥିଲା । ଦୀର୍ଘଦିନ ଧରି ସେ ସମ୍ବାଦରେ କାର୍ଯ୍ୟରତ ଥିଲେ । ଗତ ଦୁଇ ଦିନ ଧରି ସେ ଅସସ୍ଥ ଥିଲେ । ଗତକାଲି ରାତିରେ ଶ୍ୱାସ ଜନିତ ସମସ୍ୟା ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।