ଆଜି ସନ୍ଧ୍ୟାରେ ନବୀନ-ଜଗନ ଭେଟ
ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନମୋହନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ୟ୍ୟକ୍ରମ ରହିଛି । ବିମାନବନ୍ଦରରୁ ସିଧା ନବୀନ ନିବାସ ଯିବେ ଜଗନମୋହନ । ୪ଟା ୪୫ରେ ନବୀନ ନିବାସରେ ପହଞ୍ଚି ବେ ଜଗନମୋହନ ରେଡ୍ଡି । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ରହିଛି । ସନ୍ଧ୍ୟା୫ରୁ ୭ ଯାଏଁ ଚାଲିବ ବୈଠକ । ଏହା ପରେ ସନ୍ଧ୍ୟା ୭ଟା୧୫ରେ ଭୁବନେଶ୍ୱର ଛାଡିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।
ବିବାଦ ଭିତରେ ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଥିବାରୁ, ଏହା ବେଶ୍ ଗୁରୁତ୍ୱବହନ କରୁଛି । ସେପଟେ ଓଡିଶା ସୀମା ଭିତରେ ପଶି ଆନ୍ଧ୍ର ଅଧିକାରୀ ପୁଣି ହୋର୍ଡିଂ ଲଗାଇଛନ୍ତି । ଆଜିର ବୈଠକ ପାଇଁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି । ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ ।
ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ ଉପରେ ଆଲୋଚନା ଆନ୍ଧ୍ରପ୍ରଦେଶର ଫୋକସ୍ରେ ରହିଛି । ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଛନ୍ତି । ନେରେଡି ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଆଗେଇ ନେବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ବାରା ରାୟଗଡ଼ା ଓ ଗଜପତିରେ ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି ।