ପଞ୍ଚକରେ ଧବଳେଶ୍ୱର ବନ୍ଦ..୧୪୪ ଧାରା ଲାଗୁ
କାର୍ତ୍ତିକ ମାସର ପଂଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ। ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହାସହ ୧୨ରୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ।
କରୋନା କଟକଣାକୁ ନଜରରେ ରଖି ମନ୍ଦିରରେ ପ୍ରଶାସନ କଟକଣା ଲଗାଇଛନ୍ତି। କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି। ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କାଲିଠାରୁ ପଞ୍ଚକ ସମେତ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ସଂପୂର୍ଣ୍ଣ ଭାବେ ପୀଠରେ ୧୪୪ ଧାରା ଜାରି କରିବା ସହିତ ଭକ୍ତ, ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି । ବଡ଼ଓଷାର ଗଜଭୋଗ ପୀଠ ବିତରଣ ପାଇଁ ନିଷ୍ପତି ନିଆଯାଇଛି ।
ସେପଟେ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି। ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା ।