ଆଜି ବରଗଡ ଯିବେ ମୁଖ୍ୟମନ୍ତ୍ରୀ
ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବରଗଡ଼ବାସୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ୨୯୮କୋଟିର ଭେଟି ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡିଏସ୍ପି, ୩୦ ଜଣ ଏସ୍ଆଇ, ୪୦ ଜଣ ଏସ୍ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ ।
ସକାଳ ୧୦.୧୫ରେ ସେ ନବୀନ ନିବାସରୁ ବାହାରି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବେ । ସେଠାରୁ ୧୦.୨୫ରେ ଏୟାରକ୍ରାଫ୍ଟରେ ବସି ୧୧.୦୫ରେ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ । ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେଠାରୁ ବାହାରି ଦିନ ୧୧.୩୦ରେ ସେ ବିଜେପୁରଠାରେ ହେଲିପ୍ୟାଡ୍ରେ ଅବତରଣ କରିବେ । ଦିନ ୧୧.୫୯ଟାରେ ଗଣ୍ଡପାଲି ନିକଟସ୍ଥ ପଡ଼ିଆକୁ ପହଂଚି କାର୍ୟ୍ୟକ୍ରମରେ ସାମିଲ ହେବେ । ସେଠାରେ ପାଖାପାଖି ୨୫ ମିନିଟ୍ ରହିବା ପରେ ପୁଣି ଫେରିବେ ।
ଏଣେ ବିରୋଧୀ ଦଳଗୁଡ଼ିକ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଘୋଷଣା କରିଛନ୍ତି । ଯଦିଓ ମୁଖ୍ୟମନ୍ତ୍ରୀ କେବଳ ବିଜେପୁରରୁ ଗଣ୍ଡପାଲି ଯାଏ କାର୍ରେ ଯିବେ, ତେଣୁ ଏହି ରାସ୍ତା ଉପରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ବରିଷ୍ଠ ପୁଲିସ୍ ଅଧିକାରୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧୀ ନେତାଙ୍କୁ ଉଠାଇନେଇଛି ପୁଲିସ ।