ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ
ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାଞ୍ଚଳ ଏକ୍ସପ୍ରେସେ ଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ । ଏହି ଏକ୍ସପ୍ରେସ ୱେ ଲକ୍ଷ୍ନୌର ଚାନ୍ଦସରାଇ ଗାଁରୁ ଆରମ୍ଭ ହୋଇ ଗାଜିପୁରର ହାଇଦରିଆ ଗାଁ ପର୍ୟ୍ୟନ୍ତ ଲମ୍ବିଛି। ଏହି ଏକ୍ସପ୍ରେସ୍ୱେ ୬ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଭବିଷ୍ୟତରେ ଏହା ୮ ଲେନ୍ ବିଶିଷ୍ଟ ହୋଇପାରିବ। ଏହି ରାସ୍ତା ନିର୍ମାଣ ପାଇଁ ୨୨ ହଜାର ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହି ଏକ୍ସପ୍ରେସ ୱେରେ ।୧୮ଟି ଫ୍ଲାଏ ଓଭର, ୭ଟି ରେଲେଓ୍ୱ ଓଭର ବ୍ରିଜ୍, ୭ଟି ଲମ୍ବା ବ୍ରିଜ୍, ୧୦୪ ଛୋଟ ବ୍ରିଜ୍, ୨୭୧ଟି ଅଣ୍ଡର ପାସ୍ ରହିଛି। ଏହି ରାସ୍ତାରେ ଶହେରୁ ୧୨୦ କିଲୋମିଟର ବେଗେରେ ଗାଡ଼ି ଚାଳାଇବା ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।
ୟୁପିର ବିକାଶ, ଜୀବନ ରେଖାକୁ ଏହା ଏକ ବଡ଼ ସୁଯୋଗ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଏକ୍ସପ୍ରେସ୍ ୱେ ଉତ୍ତରପ୍ରଦେଶର ସାମର୍ଥ୍ୟକୁ ଦର୍ଶାଉଛି। ଏହାସହ ଏହା ଆଧୁନିକ ଉତ୍ତର ପ୍ରଦେଶର ପ୍ରତିବିମ୍ବ ବୋଲି ମୋଦି କହିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିପାରେ । ଏହି ଏକ୍ସପ୍ରେସ ୱେ ପୂର୍ବ ଉତ୍ତରପ୍ରଦେଶକୁ ପଶ୍ଚିମ ଉତ୍ତର ପ୍ରଦେଶ ସହ ଯୋଡିବ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ ।