THE BYAPINI

ଦିଲ୍ଲୀରେ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

Get real time updates directly on you device, subscribe now.

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରମିକୋର୍ଟ । ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବ୍ୟାନ୍ ପରେ ବି ଦୀପାବଳିରେ କିପରି ବାଣ ଫୁଟିଲା ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ପ୍ରଦୂଷଣ ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ବୋଲି ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି ସୁପ୍ରିମକୋର୍ଟ।

ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ୩୯୨ ପୁଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଜଣାଇଛି ଯେ ସରକାରୀ କର୍ମଚାରୀ ୱାର୍କଫ୍ରର୍ମ ହୋମ୍ ଦ୍ୱାରା ବିଶେଷ କିଛି ଫାଇଦା ହେବ ନାହିଁ । କୋଭିଡ ଯୋଗୁଁ ବିଭିନ୍ନ ସରକାରୀ କାମ ପ୍ରଭାବିତ ହୋଇଛି । ଏଣୁ ଏବେ ୱାର୍କଫ୍ରର୍ମ ହୋମ୍ କରିବା ସମ୍ଭବ ନୁହେଁ ।
ସେପଟେ ଦିଲ୍ଲୀ ପ୍ରଦୂଷଣ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ । ପରବର୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ଫଳରେ ଏବେ କୋଭିଡ୍ ସମୟ ପରେ ଶିକ୍ଷାନୁଷ୍ଠାନ ଗୁଡିକରେ ପୁଣି ଥରେ ଅନ୍ଲାଇନରେ ପାଠ ପଢା ହେବ । ସେହିପରି ୨୧ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ଉପରେ ବ୍ୟାନ୍ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ଅନୁମତି ମିଳିବ । ୧୦ରୁ ୧୫ ବର୍ଷର ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡି ଗୁଡିକର ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି ।


୨୧ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତରପ୍ରଦେଶରେ ଅଫିସ୍ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ୨୧ ତାରିଖ ପର୍ୟ୍ୟନ୍ତ ସମସ୍ତ ନିର୍ମାଣ କାମ ବନ୍ଦ ରହିବ । ରେଲୱେ, ମେଟ୍ରୋ, ଏୟାରପୋର୍ଟ, ବସ୍ ଷ୍ଟାଣ୍ଡରେ ହେବାକୁ ଥିବା ନିର୍ମାଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.