THE BYAPINI

ଓକାକ୍ ଠକେଇର ନାଇଜେରିଆ ଲିଙ୍କ୍

Get real time updates directly on you device, subscribe now.

ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ ଘଟଣାରେ ନାଇଜେରିଆ ଲିଙ୍କ୍ । ଏନେଇ ସୁଚନା ଦେଇଛନ୍ତି କ୍ରାଇମବ୍ରାଂଚ ଏଡ଼ିଜି । ଦିଲ୍ଲୀ ଓ ବାଙ୍ଗାଲୁରରୁ ଏହି ଠକମାନେ ଅପରେଟ୍ କରୁଥିବା ଜଣାପଡ଼ିଛି । ଲିଙ୍କ ପଠାଇ ହ୍ୱାଟ୍ସଅପ୍ ଆକାଉଂଟକୁ କଟ୍ରୋଲ କରୁଥିଲେ ।
ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଏଭଳି କ୍ରାଇମ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ତାର ନାଁ ଚିମେଲନ ଏମାଲୁଏନ ଆନୁଏତାଲୁ । ଓକାକ କେସରେ ତା’ର ମୁଖ୍ୟ ସହଯୋଗୀ ସାମିଲ ଅଛି । ସେ ଦିଲ୍ଲୀ ପୋଲିସ ଦ୍ୱାରା ମୋଷ୍ଟୱାଂଟେଡ଼ ଅଛି । ଓଡ଼ିଶା କ୍ରାଇମବ୍ରାଂଚ, ଦିଲ୍ଲୀ ପୋଲିସ ଓ ବ୍ୟାଙ୍ଗଲୁର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ।
ସେପଟେ, ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ବାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ପ୍ରଥମେ ନିଜ ହ୍ବାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ୟ୍ୟକ୍ଷମ କରନ୍ତୁ । ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିବା ପର ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍‌ସନ୍‌ କ୍ଲିକ୍‌ କରି ଟୁ ଷ୍ଟେପ୍ ଭେରିଫିକେସନ୍ ଅପସନ କ୍ଲିକ କରନ୍ତୁ । ଏହାପରେ ଏନାବୁଲ ଅପସନ କ୍ଲିକ୍‌ କରି ୬ ସଂଖ୍ୟା ବିଶିଷ୍ଟ ଗୋପନୀୟ ପିନ୍ ନମ୍ବର ଦେଇ ଓକେ କରନ୍ତୁ । ପରେ ସମାନ ପିନ୍ ଆଉଥରେ ଭରନ୍ତୁ । ଏହାପରେ ନିଜ ଇ-ମେଲ୍ ଆଉଡି ଦିଅନ୍ତ । ପରେ ପରବର୍ତ୍ତୀ ଅପ୍‌ସନ୍‌ କ୍ଲିକ୍‌ କଲାପରେ ପୁଣି ସମାନ ଇ-ମେଲ୍ ଆଇଡି ଲେଖନ୍ତୁ । ସେଭ୍ ଅପସନ୍ କ୍ଲିକ୍‌ କରି ଡନ୍ ଅପସନ୍ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ହ୍ବାଟସଆପରେ ଟୁ ଷ୍ଟେପ୍ ଭେରିଫିକେସନ୍ କାର୍ୟ୍ୟକ୍ଷମ ହୋଇଗଲା । ତେବେ ହ୍ବାଟସଆପକୁ ଆସୁଥିବା କୌଣସି ପ୍ରକାର ଅଜଣା ଲିଙ୍କ୍ କ୍ଲିକ୍‌ କରନ୍ତୁ ନାହିଁ । କିମ୍ବା କୌଣସି ବ୍ୟକ୍ତିଙ୍କୁ ନିଜର ଓଟିପି ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.