THE BYAPINI

ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

Get real time updates directly on you device, subscribe now.

ମମିତା ହତ୍ୟା ମାମଲା ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ । ହାଇକୋର୍ଟ ରିପୋର୍ଟ ଦାଖଲ ପରେ ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନିରପେକ୍ଷ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି ମମିତାଙ୍କ ପରିବାର ।ଦୁଇ ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ପରିବାର ସଦସ୍ୟ । ଆଉ ଏ ପ୍ରସଙ୍ଗରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ ।

ଦୁଇ ଦିନ ପୂର୍ବରୁ ମମିତା ହତ୍ୟା ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ କରିଥିଲେ ପରିବାର ସଦସ୍ୟ । ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା ।ସେପଟେ, ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍ ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନସାଇନ ସ୍କୁଲକୁ ଯାଉଥିଲେ ଓ ଅନୈତିକ କାର୍ୟ୍ୟରେ ସମ୍ପୃକ୍ତ ଥିଲେ ବୋଲି ମମିତାଙ୍କ ବାପା ପୂର୍ବରୁ ଅଭିଯୋଗ ଆଣିଥିଲେ ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ । ମମିତାଙ୍କ ମୋବାଇଲ ଓ ଲାପଟପରେ ସେସବୁର ତଥ୍ୟ ରହିଥିଲା । କିନ୍ତୁ ଏହି ସବୁ ସାମଗ୍ରୀକୁ ଆଜି ପର୍ୟ୍ୟନ୍ତ ରିକଭରୀ କରାଯାଇନାହିଁ ।ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଲ ଡିଟେଲ୍ସର ଯାଂଚ କରାଯାଇ ନାହିଁ । ବରଂ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ଜାଣି ଶୁଣି ତଦନ୍ତକୁ ବାଟ ବଣା କରୁଛନ୍ତି । ଦୋଷୀଙ୍କୁ ସୁହାଇବା ଭଳି ତଥ୍ୟ ଦେଉଛନ୍ତି । ତେଣୁ ଡିଆଇଜି ଓ ଏସପିଙ୍କ ବିରୋଧରେ ୧୨୦ ବି ଧାରା ଲାଗୁ କରିବାକୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.