ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ପାସହାର ୬୮.୬୬ ପ୍ରତିଶତ । ୧୨,୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେଭିତରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ୟ୍ୟ ହୋଇଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନଙ୍କର ପ୍ରଦର୍ଶନ ଭଲ ରହିଛି ।
ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ମୋଟ୍ ପାସ୍ ହାର ୭୦.୬୨, ବାଣିଜ୍ୟରେ ୬୮.୬୧, ବିଜ୍ଞାନରେ ୬୪.୩୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୧.୫୯ ପ୍ରତିଶତ ରହିଛି । କଳାରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ସର୍ବାଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୬୮.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୯୦ ପ୍ରତିଶତ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୬୭.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୪୪ ପ୍ରତିଶତ ରହିଛି । ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୬୮.୫୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୬ ପ୍ରତିଶତ ରହିଛି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୫୨.୮୪ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୫୦.୭୫ ରହିଛି ।
ଅକ୍ଟୋବର ମାସ ୧ ତାରିଖରୁ ୧୧ ତାରିଖ ପର୍ୟ୍ୟନ୍ତ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା । ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିଲେ, ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅଫଲାଇନ୍ ପରୀକ୍ଷା କରାଯାଇଥିଲା ।