ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା
ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା । ଏକାମ୍ର ମହାବିଦ୍ୟାଳୟକୁ ମନ୍ତ୍ରୀ ଅଶୋକ ପଣ୍ଡା ଏକ କାର୍ୟ୍ୟକ୍ରମକୁ ଆସିବା ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । ମୁହାଁମୁହଁ ହେଲେ ବିଜେପି ଓ ବିଜେଡି କର୍ମୀ ।
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଆଜି ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଯୋଜନା କରିଥିଲେ ବିଜେପି କର୍ମୀ । ଅଶୋକ ପଣ୍ଡା ଗୋ ବ୍ୟାକ୍ ନାରା ଦେଇ ଚାଲିଥିଲେ ବିଜେପି କର୍ମୀ । ଶେଷରେ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ ।
ସେପଟେ କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିରୋଧ । କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । କଲେଜ ନିକଟରେ ମନ୍ତ୍ରୀଙ୍କ ଗାଡି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ କରିଛନ୍ତି ।