THE BYAPINI

ଆରଡିସି ଅଫିସ ଘେରିବ ବିଜେଡି..ବିଜେପି କରିବ ନବୀନ ନିବାସ ଘେରାଉ

Get real time updates directly on you device, subscribe now.

ରାଜରାସ୍ତାକୁ ଓହ୍ଲାଇବେ ବିଜେପି ଓ ବିଜେଡି । ଆଜି ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି ରାଜଧାନୀରେ ଗର୍ଜିବ । ସେପଟେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପ୍ରତିବାଦ କରିବ ।ଆନ୍ଦୋଳନ ଲାଗି ଉଭୟ ଦଳ ରଣକୌଶଳ ପ୍ରସ୍ତୁତି କରିଥିବା ବେଳେ କମିସନରେଟ୍‌ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି ।
ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବର ବିଜେପି ମଧ୍ୟ ଆଜି ନବୀନ ନିବାସ ଘେରାଉ ଡାକରା ଦେଇଛି ।ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବାହ୍ନ ୧୦ଟାରେ ରାଜମହଲ ଛକ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ଶିଶୁ ଭବନ ଛକ ଦେଇ ନବୀନ ନିବାସ ଆଡ଼କୁ ମୁହାଁଇବ । ଯେଉଁଥିରେ ଦଳର ବରିଷ୍ଠ ନେତାମାନେ ବି ସାମିଲ ହେବେ । ତାହାକୁ ନଜରରେ ରଖି ଶିଶୁ ଭବନ ଛକରେ ବାରିକେଡ୍‌ କରିବାକୁ ପୁଲିସ ଯୋଜନା କରିଛି। ଆନ୍ଦୋଳନକାରୀ ଯେପରି ଶିଶୁ ଭବନ ଛକ ନ ଡିଅନ୍ତି ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

ସେପଟେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବାହ୍ନରେ ଭୁବନେଶ୍ବର ତିନି ନିର୍ବାଚନମଣ୍ଡଳୀରେ ଦଳ ପ୍ରତିବାଦ ସଭା କରିବ । ବିଜେଡି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍‌ ଅଫିସ୍‌ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେଡି ମଧ୍ୟ ଭୁବନେଶ୍ବର ପକ୍ଷରୁ ୟୁନିଟ୍‌-୫ସ୍ଥିତ ଏଡିଏମ୍‌ ଅଫିସ୍‌ ସମ୍ମୁଖ ଏବଂ ଏକାମ୍ର ଭୁବନେଶ୍ବର ପକ୍ଷରୁ କଳ୍ପନା ଛକ ନିକଟ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବ ।

କଟକ ସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଜେଡି ପ୍ରତିବାଦ କରିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ସମ୍ବଲପୁର ଓ ବୁଧବାର ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ । ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.