THE BYAPINI

ଶୀତ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

Get real time updates directly on you device, subscribe now.

ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।
ଚଳିତ ଅଧିବେଶନରେ ବିଭିନ୍ନ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଆସିବାର ଅଛି । ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ଏନେଇ ସାମ୍ବିଧାନିକ ପ୍ରକିୟା ଆରମ୍ଭ ହୋଇସାରିଛି । କେନ୍ଦ୍ର କ୍ୟାବିନେଟ ଏହାକୁ ମଂଜୁରୀ ଦେଇସାରିଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସଂସଦର ଚଳିତ ଅଧିବେଶନରେ ଆଗତ କରିବେ ମୋଦି ସରକାର ।
ଏହି ବୈଠକ ପରେ ଅପରାହ୍ନ ୪ଟାରେ ଏନଡିଏର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। କୁହାଯାଉଛି ଯେ, ଶୀତକାଳୀନ ଅଧିବେଶନ ପାଇଁ ଏନଡିଏ ରଣନୀତି ପ୍ରସ୍ତୁତ କରିବ। ଅନ୍ୟପଟେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ସୋମବାର ପୂର୍ବାହ୍ନ ୧୦ଟାରେ ବିରୋଧୀ ଦଳର ବୈଠକ ଡାକିଛନ୍ତି। ଏହି ବୈଠକରେ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ।

Get real time updates directly on you device, subscribe now.

Leave A Reply

Your email address will not be published.