THE BYAPINI

ଭିଜିଲାନ୍ସ ଜାଲରେ କନେଷ୍ଟବଳ

Get real time updates directly on you device, subscribe now.

କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଥାନାର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ କରିଛି ।

ଗଞ୍ଜାମର ୩ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛିି ।ବ୍ରହ୍ମପୁରର ସ୍ପେସାଲ୍ ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଚଢ଼ାଉ କରାଯାଉଥିବାର ସୂଚନା ରହିଛି । ଏଯାବତ୍ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି। ଜଣେ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ବ୍ରହ୍ମପୁରର ଲୋଚାପଡା, ମେନ୍ ରୋଡଠାରେ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ନିମାଖଣ୍ଡୀରେ ଅବସ୍ଥିତ କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଚଢ଼ାଉ କରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.