କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ
ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ । ଲୋକସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଣିଥିବା କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହୋଇଛି । ବାଚନିକ ଭୋଟରେ ବିଲ୍ ପାରିତ ହୋଇଥିବା ବେଳେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି ।
ଏହି ପ୍ରତ୍ୟାହାର ବିଲ୍ ପାରିତ ହେବା ପରେ ଏହା ବାବଦରେ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ । କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଏହି ପ୍ରତ୍ୟାହାର ବିଲ ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ଏ ବାବଦରେ କୌଣସି ଆଲୋଚନା ନହେବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ଯେଉଁଥିପାଇଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କଲେ ବାଚସ୍ପତି ।
ସଂସଦରେ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ଆନ୍ଦୋଳନ ବେଳେ ଜୀବନ ହରାଇଥିବା ୭୫୦ଚାଷୀଙ୍କ ପାଇଁ ଏକ ଶ୍ରଦ୍ଧାଂଜଳି ବୋଲି କହିଛନ୍ତି ଟିକାୟତ । ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଥିବା ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରା