THE BYAPINI

କନେଷ୍ଟବଳଙ୍କ କୋଟି କୋଟି ସମ୍ପତ୍ତି

Get real time updates directly on you device, subscribe now.

କନେଷ୍ଟବଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । କନେଷ୍ଟବଳଙ୍କ ଘରେ ଚଢାଉ ବେଳେ ଏତେ ଟଙ୍କାର ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । କୁବେର କନେଷ୍ଟବଳ ଜଣକ ହେଉଛନ୍ତି ବ୍ରହ୍ମପୁର ଥାନାର ସୁଦର୍ଶନ ପ୍ରଧାନ । ସୁଦର୍ଶନ ଘରେ ରେଡ ପରେ ତାଙ୍କର ସମ୍ପତ୍ତିର ପରିମାଣ ୨.୧୬ କୋଟି ବୋଲି ଜଣାପଡିିଛି ।

ଆଜି ଭିଜିଲାନ୍ସ ଅଧିକାରୀ ଗଞ୍ଜାମରେ ଏକକାଳୀନ ୩ଟି ଜାଗାରେ ଚଢାଉ କରିଥିଲେ । ସୁଦର୍ଶନଙ୍କର ବ୍ରହ୍ମପୁରରେ ରହିଛି ୪ଟି କୋଠା । ଏବଂ ଗଞ୍ଜାମର ବିଭିନ୍ନ ସ୍ଥାନରେ ୯ ଟି ଜମି ରହିଛି । ଭିଜିଲାନ୍ସ ପକ୍ଷରୁ ଆଜି ବ୍ରହ୍ମପୁର ଲୋଚାପଡାରେ ଥିବା ୩ ମହଲା ଘର, ନମଖଣ୍ଡି ସ୍ଥିତ ଘରେ ଓ ଗାମୁଣ୍ଡି ସ୍ଥିତ ପୈତୃକ ଘରେ ଚଢାଉ କରାଯାଇଛି ।

ଚଢାଉ ବେଳେ କନେଷ୍ଟବଳଙ୍କ ଘରୁ ନଗତ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଥିଲା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ବେଳେ କନେଷ୍ଟବଳ ଜଣକ କୋଟି କୋଟି ଟଙ୍କାର ସମ୍ପତ୍ତି କେମିତି କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ଟିକାୟତ ।

Get real time updates directly on you device, subscribe now.

Leave A Reply

Your email address will not be published.