ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ
ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ପଜିଟିଭ । ସେ ଏବେ କଳିଙ୍ଗନଗର ସ୍ଥିତ ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଅକ୍ସିଜେନ ଲାଗିଥିବା ସୁପରିଟେଣ୍ଡେଟ ଡାକ୍ତର ସୁଧାଂଶୁ ସୁତାର କହିଛନ୍ତି ।ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯିବାରୁ ତାଙ୍କୁ ପ୍ରଥମେ ସୁକିନ୍ଦା ମେଡ଼ିକାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଗତ ରାତିରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।