THE BYAPINI

ଆଗାମୀ ୧୨ ଘଣ୍ଟାରେ ଲଘୁଚାପ!

Get real time updates directly on you device, subscribe now.

ଆଗାମୀ ୧୨ ଘଂଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଂଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।ଅବପାତ ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ୩ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ସର୍ବାଧିକ ରହିବ ।
ରାଜ୍ୟରେ ୩ରୁ ୫ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ । ୩ ତାରିଖ ଦିନ ଗଜପତି, ଗଞ୍ଜାମ ଓ ପୁରୀ‌ରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ମାଲାକାନଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.