THE BYAPINI

ମାଡ଼ି ଆସୁଛି ବାତ୍ୟା..

Get real time updates directly on you device, subscribe now.

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ପରବର୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ଓଡିଶାର ବଦଳିବ ପାଗ । ତେବେ ଏହି ବାତ୍ୟାର ପ୍ରଭାବ ଗୁଲାବ ଠାରୁ ଅଧିକ ରହିବ କିନ୍ତୁ ଫନି ଠାରୁ କମ ରହିବ । ଅଥାର୍ତ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପାଖାପାଖି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ । ୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଉପକୂଳରେ ପହଞ୍ଚିବ । ତେବେ ଏହା କେଉଁଠି ମାଡ଼ ହେବ ଏଯାଏଁ ସ୍ପଷ୍ଟ ହୋଇନି । ଆସନ୍ତାକାଲି ଏନେଇ ସ୍ପଷ୍ଟ ହେବ ।

ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷା ଆରମ୍ଭ ହେବ । ଆଉ ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହଛି । ଦକ୍ଷିଣ ଓଡ଼ିଶା ଉପକୂଳରୁ ଜଗତସିଂହପୁର ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାକ ନିର୍ଦ୍ଦେଶକ । ସେହିଭଳି ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିବ ।

ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ୧୧ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସର୍ତକତା ଜାରି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.