THE BYAPINI

‘ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟୀକା’

Get real time updates directly on you device, subscribe now.

ଓଡ଼ିଶାରେ ଡିସେମ୍ବର ସୁଦ୍ଧା ସମସ୍ତଙ୍କ ପ୍ରଥମ ଡୋଜ ଟୀକାକରଣ ଲକ୍ଷ୍ୟ । ଓମିକ୍ରନ ଭାରିଆଣ୍ଟକୁ ନେଇ ଏବେ ସାରା ବିଶ୍ୱକୁ ଚିନ୍ତା ଘାରିଛି । ଏହି ଭାରିଆଣ୍ଟର ପ୍ରଭାବ କଣ ରହିବ ଓ ଏହା କେତେ ଘାତକ ହେବ ତାହାର ସଠିକ୍ ଆକଳନ ଏଯାବତ ହୋଇନି । ତେବେ ଏହା ଭିତରେ ଓମିକ୍ରନ ଭାରିଆଣ୍ଟ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଓମିକ୍ରନ ଭାରିଆଣ୍ଟର ପ୍ରଭାବକୁ ପ୍ରତିହତ କରିବାକୁ ଏବେ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଉ ଓଡ଼ିଶାରେ ମଧ୍ୟ ଟୀକାକରଣ ଜୋରସୋରରେ ଚାଲିଛି । ଏବେ ସୁଦ୍ଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟୀକା ଦିଆସାରିଲାଣି । ଏନେଇ ସ୍ପଷ୍ଟ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଏବେ ୨ କୋଟି ୭୯ ଲକ୍ଷ ୬ ହଜାର ୪୬୬ ଜଣ ପ୍ରଥମ ଡୋଜ ଟୀକା ନେଇଛନ୍ତି , ସେହିପରି ଦ୍ବିତୀୟ ଡୋଜ ନେଇଛନ୍ତି ୧ କୋଟି ୫୯ ଲକ୍ଷ ୧୫ ହଜାର ୨୪୨ଜଣ । ନଭେମ୍ବର ସୁଦ୍ଧା ୯୦ ପ୍ରତିଶତ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ଏବେ ସୁଦ୍ଧା ୮୬ ପ୍ରତିଶତ ଟୀକାକରଣ ହୋଇଛି । ଏବେ ସୁଦ୍ଧା ଗର୍ଭବତୀ ମହିଳା ନେଇଛନ୍ତି ୩ ଲକ୍ଷ ୬୪ ହଜାର ୫୯ ଜଣ। ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ହିତାଧାକାରୀ ପ୍ରଥମ ଡୋଜ ନେଇନାହାନ୍ତି। ୩୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟୀକା ନେଇନାହାନ୍ତି। ଯେଉଁ ମାନଙ୍କର ଟୀକା ନେବାର ସମୟ ହୋଇଛି ସେମାନେ ଯଥା ଶୀଘ୍ର ଆସି ଟୀକା ନେଇଯାଅନ୍ତୁ। କରୋନା ସଂକ୍ରମଣ ଏବେ କିଛି ମାତ୍ରାରେ ବଢିବା ଆରମ୍ଭ କରିଛି । ଏପରିକି ଓମିକ୍ରନ ଭାରିଆଣ୍ଟ ମଧ୍ୟ ବ୍ୟାପିଲାଣି । ତେଣୁ ଏହି ଭାରିଆଣ୍ଟରେ ସଂକ୍ରମିତ ହେବା ପୂର୍ବରୁ ସତର୍କ ରହିବା ସହ ଟୀକାକରଣ କରିନେବା ଆବଶ୍ୟକ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

Get real time updates directly on you device, subscribe now.

Leave A Reply

Your email address will not be published.