THE BYAPINI

ପାଖେଇ ଆସୁଛି ବାତ୍ୟା

Get real time updates directly on you device, subscribe now.

ପାଖେଇ ଆସୁଛି ବାତ୍ୟା । ପୁରୀରୁ ୪୩୦ କିମି ଦୂରରେ ବାତ୍ୟା ଜୱାଦ । ଗତ ୬ ଘଣ୍ଟା ହେବ ୬ କିମି ବେଗରେ ଗତି କରୁଛି ବାତ୍ୟା ଜୱାଦ । ପୂର୍ବରୁ ଏହା ଘଣ୍ଟାକୁ ୯ କିମଲୋମିଟର ବେଗରେ ଗତି କରୁଥିଲା । ତେବେ ଆସନ୍ତା କାଲି ମଧ୍ୟାହ୍ନରେ ବାତ୍ୟା ଜୱାଦ ପୁରୀ ଉପକୂଳ ଛୁଇଁ ଯାଇପାରେ ବୋଲି ପୂୁର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଏହା ପୁରୀଠାରୁ ୪୩୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ପାରାଦୀପଠାରୁ ୫୧୦ କିଲୋମିଟର ଦୂରରେ ରହିଛି ।

ଗୋପାଳପୁର ଠାରୁ ୩୬୦ କିଲୋମିଟର ଦୂରରେ ରହିଛି ।ଏହାର ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି । ଖାସକରି ଗଞ୍ଜାମ୍, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷିବ ।ଆସନ୍ତାକାଲି ମଧ୍ୟାହ୍ନରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ପବନର ବେଗ ଘଂଟାକୁୁ ୮୦ରୁ ୯୦ କିଲୋମିଟର ରହିବ ଏବଂ ଏହା ଶହେ କିଲୋମିଟର ଯାଏଁ ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ମଧ୍ୟରାତ୍ରିରେ ପବନର ବେଗ ବଢିବା ଅନୁମାନ କରାଯାଉଛି । ବିଶେଷ କରି ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ । ଶନିବାର ଏସବୁ ଜିଲ୍ଲାରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ରବିବାର ବାତ୍ୟା ଲ୍ୟାଣ୍ଡଫଲ କଲାବେଳକୁ ଘଂଟାପ୍ରତି ୮୦ରୁ ୯୦ କିମି ରହିବ ପବନର ବେଗ ।

Get real time updates directly on you device, subscribe now.

Leave A Reply

Your email address will not be published.