THE BYAPINI

ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ

Get real time updates directly on you device, subscribe now.

ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା । ପ୍ରବଳ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ମୁଲତବୀ କରିଛନ୍ତି ।

ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ଭିନ୍ନ ଅନ୍ଦାଜରେ ଗୃହରେ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପୂଜକ ବେଶରେ ଗୃହରେ ଦେଖିବାକୁ ମିଳିଥିଲା । ହାତରେ ଥିଲା ଗଙ୍ଗାଜଳ, ଗୋମୂତ୍ର ମିଶ୍ରିତ ଜଳ । ଆଉ ପଛରେ ଘଣ୍ଟ ବଜାଉଥିଲେ କଂଗ୍ରେସର ଅନ୍ୟ ବିଧାୟକ । ପୂରା ଗୃହ ପରିସରରେ ବୁଲି ବୁଲି ଏହି ଗଙ୍ଗାଜଳ ଛିଞ୍ଚିଥିଲେ ତାରା । ଏପରିକି ବାଚସ୍ପତିଙ୍କ ପୋଡିୟମକୁ ମଧ୍ୟ ଛାଡିନଥିଲେ । ଖାସକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆସନରେ ଏହି ଗଙ୍ଗାଞ୍ଚଳ ଛିଞ୍ଚି ଶୋଧନ କରିଥିବା କହିଥିଲେ ତାରା । କାରଣ ମମିତା ମୃତ୍ୟୁ ଘଟଣାରେ ମନ୍ତ୍ରୀ ଇସ୍ତଫା ଦେଉନଥିବା ବେଳେ ପବିତ୍ର ଗୃହକୁ ଆସି ଅପବିତ୍ର କରୁଥିବାରୁ ଏହାକୁ ଶୋଧନ କରାଯାଇଥିବା କହିଛନ୍ତି ତାରା ବାହିନୀପତି ।

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜିକୁ ନେଇ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଗୃହରେ ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ । ବିଧାନସଭା ଆରମ୍ଭରୁ ହିଁ ଗୃହର ଏଭଳି ଅଚଳାବସ୍ଥା ଲାଗି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.