ବାତ୍ୟା ଟଳିଲା..ପ୍ରବଳ ବର୍ଷା
ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ା ଗଭୀର ଅବପାତରେ ପରିଣତ ହୋଇଥିବା ଜୱାଦ ଆଜି ଅବପାତର ରୂପ ନେବ । ମଧ୍ୟାହ୍ନରେ ପୁରୀ ନିକଟବର୍ତୀ ହେବ କିନ୍ତୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ବହୁତ କମ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହ ପବନ ଲାଗି ରହିଛି ।
ତେବେ ଯଦିଓ ଏହାର ବଡ ପ୍ରଭାବ ରାଜ୍ୟ ଉପରେ ନାହିଁ ତଥାପି ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ପବନର ବେଗ ସର୍ବାଧିକ ୬୦ କିମି ଯାଏ ପହଞ୍ଚିବ । ସାଧାରଣତଃ ୪୦-୫୦ କିମି ରହିବ । ଆଇଏମଡି ପକ୍ଷରୁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବରକୁ ଅରେଞ୍ଜ ୱାର୍ଣିଂ ଦିଆଯାଇଛି । ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ କୁ ୟେଲୋ ୱାର୍ଣିଂ ଦେଇଛି ପାଣିପାଗ ବିଭାଗ ।
ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀର କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ। ତେବେ ପବନର ପ୍ରଭାବ ବିଶେଷ ରହିବ ନାହିଁ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ଟ୍ରାଫିକ ସମସ୍ୟା, ପାଣି ଜାଣିବା ର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ବୈଜ୍ଞାନିକ ଉମାଶଙ୍କର ଦାସ।