ସିପାହୀ ଓ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ କଟକ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଚଢ଼ଉ ସମୟରେ ସିପାହୀଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା, ୧୭ଟି ବ୍ୟାଙ୍କ ପାସ୍ବୁକ୍ ଜବତ ହୋଇଛି। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । କଟକ,ପୁରୀରେ ଥିବା ବାସଭବନ,ପୈତୃକ ଘର, ଓ ଶ୍ୱଶୁର ଘରେ ରେଡ୍ ହେଉଛି । ଟକ ଭିଜିଲାନ୍ସର ସ୍ପେଶାଲ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ୍ ବଳରେ ଚଢ଼ଉ ହୋଇଛି। ଚଢାଉରେ ୩ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ସହଦେବଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି। ରେଡ୍ ସମୟରେ ସହଦେବଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ ହୋଇଛି।
ସେହିପରି ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଚାଲିଛି। ଫରେଷ୍ଟରଙ୍କ ନୂଆଗଡ଼ ସ୍ଥିତ ସରକାରୀ କାର୍ୟ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗର ସ୍ଥିତ ଭଡ଼ାଘର, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ବାସଭବନ ଏବଂ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି।