ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ତାମିଲନାଡୁର କୁନ୍ନୁର ଠାରେ ସେନାର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ବି ଉପସ୍ଥିତ ଥିଲେ । ଏହି ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ୱେଲିଂଟନ ବେସରେ ଚିକିତ୍ସା କରାଯାଉଛି । ବିମାନରେ ଥିବା ଚତୁର୍ଥ ଲୋକର ଖବର ମିଳିପାରି ନାହିଁ
ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ଓଟିରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ହେଲେ ଖରାପ ପାଗ ଯୋଗୁଁ କୁନ୍ନୁରର ଘଂଚ ଜଙ୍ଗଲ ମଧ୍ୟରେ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଛି । ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସଂପୂର୍ଣ୍ଣ ଜଳିଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।