THE BYAPINI

ବୀର ପୁଅକୁ ହରାଇଲା ଦେଶ

Get real time updates directly on you device, subscribe now.

ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଆଖି ବୁଜିଛନ୍ତି । ଆଜି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଛି ।ଏକମାତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ବିପିନ ରାୱତଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି।ମୋଦି କହିଛନ୍ତି, “ଭାରତର ପ୍ରଥମ ସିଡିଏସ ଭାବେ ଜେନେରାଲ ବିପିନ ରାୱତ ପ୍ରତିରକ୍ଷା ସହ ଆମର ସଶସ୍ତ୍ରବଳ ସହ ଜଡିତ ବିଭିନ୍ନ ଦିଗରେ କାମ କରିଛନ୍ତି। ସେ ନିଜ ସହ ସେନାରେ କାମ କରିବାକୁ ଏକ ସମୃଦ୍ଧ ଅନୁଭବ ନେଇ ଆସିଥିଲେ। ଭାରତ ତାଙ୍କର ଅସାଧାରଣ ସେବାକୁ କେବେ ଭୁଲିବନି।”ସେ ଜଣେ ସଚ୍ଚୋଟ ଦେଶଭକ୍ତ। ସେ ଆମର ପ୍ରତିରକ୍ଷା ତନ୍ତ୍ରର ଆଧୁନିକୀକରଣରେ ଅନେକ ଯୋଗଦାନ କରିଛନ୍ତି। ସାମରିକ ମାମଲାରେ ତାଙ୍କର ଦୃଷ୍ଟିକୋଣ ଅସାଧାରଣ ଥିଲା ବୋଲି ମୋଦି କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାୱତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି କି ଦେଶ ଜଣେ ବୀର ସନ୍ତାନଙ୍କୁ ହରାଇଲା ।

ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା ବି ଟ୍ୱିଟ ଯୋଗେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସିଡିଏସ ବିପିନ ରାୱତଙ୍କ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ କହିଛନ୍ତି କି ରାୱତ ଜଣେ ବୀର ଯବାନ ଥିଲେ । ସେ ଦେଶ ମାତୃକା ପାଇଁ ଅନେକ କିଛି କରିଛନ୍ତି । ଦେଶ ସୁରକ୍ଷା ପାଇଁ ତାଙ୍କର ଭାଗିଦାରୀ ଓ କର୍ତ୍ତବ୍ୟନିଷ୍ଠା ଭାଷାରେ ବର୍ଣ୍ଣନା କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.