ୠଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା
ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା । ବିଧାନସଭା ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସର ହଙ୍ଗାମା । ବିଧାନସଭାକୁ ଧସେଇ ପଶିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଲେ ପ୍ରତିବାଦ କରୁଥିବା କଂଗ୍ରେସ କର୍ମୀ । କର୍ମୀଙ୍କୁ ଘୋଉଡାଇବାକୁ ପୋଲିସ ଲାଠିମାଡ କରିଛି ।
ଆଜି ପ୍ରତିବାଦ ବେଳେ ଟମାଟୋ ମାଡ, ଅଣ୍ଡା ମାଡ, ପଥର ମାଡ ଆଦି ଦୃଶ୍ୟ ଦେଖିବାକୁ ମିଳିଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ପ୍ରତିବାଦ କରୁଛି ଛାତ୍ର କଂଗ୍ର୍ରେସ । ସରକାର ବଳପ୍ରୟୋଗ କରି ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଥିବା କହିଛି କଂଗ୍ରେସ । ଗତକାଲି ସମାନ ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ବିଧାନସଭା ଘେରାଉ କରିଥିଲା ।