THE BYAPINI

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୨୦୧୯ ମେ’ ମାସରେ ହୋଇଥିବା ମହାବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇ ଆଜିଯାଏଁ ଘର ଖଣ୍ଡେ ପାଇନାହାଁନ୍ତି । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଯୋଗାଇ ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅଣ ଫନି ପ୍ରଭାବିତ ଆଦିବାସୀ ଅଧୁଷିତ ଇଲାକରେ ମଧ୍ୟ ହିତାଧିକାରୀଙ୍କୁ ୧୩ ଲକ୍ଷ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ଯୋଗ୍ୟ ପିଏମଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଅଧିନରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ । ହେଲେ ସାଧାରଣ ନିର୍ବାଚନ ସହ , ବାମପନ୍ଥୀ ଉଗ୍ରବାଦୀ ହିଂସା ଓ ନେଟୱାର୍କ ସମସ୍ୟା ଯୋଗୁଁ ଏହି ସର୍ଭେକୁ ପୁରା କରାଯାଇପାରିନାହିଁ । ଏପରି ସ୍ଥିତିରେ ନିର୍ଦ୍ଧାରିତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇପାରିଛି । ଏହାପରେ ଯେତେବେଳେ ଏମଓଆରଡି ଅଧିନରେ ୧୪ଟି ଜିଲ୍ଲା ପାଇଁ ଆୱାସ୍ ୱିଣ୍ଡୋ ଖୋଲିଲା ସେତେବେଳେ ଆଉ ୭.୮୭ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ କିଛି ହିତାଧିକାରୀ ଫନି ପ୍ରଭାବିତ ଜିଲ୍ଲାର ହୋଇଥିବାବେଳେ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଇଲାକାର ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.