କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଠକ ମାଗୁଛି ଟଙ୍କା
କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସାଇବର ଠକର ଟାର୍ଗେଟ୍ । ଓକାକର ସିଇଓଙ୍କ ପରେ ଏବେ କ୍ରାଇମବ୍ରାଞ୍ଚ ଏଡିଜିକୁ ଟଙ୍କା ମାଗୁଛି ସାଇବର ଠକ । ଅସୁସ୍ଥ ଆଳରେ ମ୍ୟାସେଜ୍ ପଠାଇ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ୯୮ ହଜାର ଟଙ୍କା ମାଗିଛି ନାଇଜେରିଆର ମାଷ୍ଟର ମାଇଣ୍ଡ । ଟଙ୍କା ମାଗିବା ପରେ ଦୁଇ ଅକାଉଣ୍ଟକୁକୁ ବ୍ଲକ କରିଛି କ୍ରାଇମବ୍ରାଞ୍ଚ । ଗୋଟିଏ ଅକାଉଣ୍ଟ ଗୁଜୁରାଟର ହୋଇଥିବାବେଳେ ଅନ୍ୟଟି ତ୍ରିପୁରାର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ନାଇଜେରିଆର ଏହି ମାଷ୍ଟରମାଇଣ୍ଡ ଏବେ ବି ବାଙ୍ଗାଲୋରରେ ବୁଲୁଥିବାବେଳେ ଅସୁସ୍ଥ ଆଳରେ ମେସେଜ ପଠାଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ୯୮ ହଜାର ଟଙ୍କା ମାଗିଥିଲା ।ଏହା ଜାଣିବା ପରେ କ୍ରାଇମବ୍ରାଞ୍ଚ ଠକର ଦୁଇଟି ଆକାଉଣ୍ଟକୁ ବ୍ଲକ୍ କରିଛି । ଏହି ଆକାଉଣ୍ଟ ଦୁଇଟି ଭିତରୁ ଗୋଟିଏ ଗୁଜୁରାଟ ଓ ଅନ୍ୟଟି ତ୍ରିପୁରାର ଆକାଉଣ୍ଟ ନମ୍ବର ବୋଲି ଜଣାପଡିଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଏବେ ସମ୍ପୃକ୍ତ ମେଲ୍ ଆଇଡି, ଏଟିଏମ୍ ଟଙ୍କା ଉଠାଇବା ବେଳର ସିସିଟିଭିକୁ ଯାଞ୍ଚ କରିବା ଆରମ୍ଭ କରିଛି । ତେବେ ଗତ ଡିସେମ୍ବର ୯ ତାରିଖରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ମେସେଜ ପଠାଇଥିଲା ଠକ । ଏହାପୂୂୂର୍ବରୁ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ହେଲେ ଏବେ ବି ୩ୟ ଅଭିଯୁକ୍ତକୁ ଗିରଫ କରାଯାଇପାରିନାହିଁ । ଏହି ଅଭିଯୁକ୍ତ ଜଣକ ଏବେ କ୍ରାଇମବ୍ରାଞ୍ଚଏଡିଜିଙ୍କୁ ଠକେଇ କରିବାକୁ ଉଦ୍ୟମ କରିଛି ।