ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ଗଞ୍ଜାମ
ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବାଂଟିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ ସହ ଜିଲ୍ଲାର ମୋଟ ୨୨୦୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ପୀଠରେ ଦର୍ଶନ କରିବା ସହ ସେଠାରେ ଜିଲ୍ଲାର ସମସ୍ତ ପଞ୍ଚାୟତ ଜନପ୍ରତିନିଧିଙ୍କ ସହ ସାମୂହିକ ପ୍ରସାଦସେବନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହାସହ ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି ।ଏସ୍.ପି.ଙ୍କ ତତ୍ତ୍ବାବଧାନରେ ୨ ଜଣ ଅତିରିକ୍ତ ଏସ୍.ପି., ୪ ଜଣ ଡିଏସ୍ପି, ୧୬ ପ୍ଲାଟୁନ୍ ଫୋର୍ସ, ୧୦୦ ଜଣ ହୋମ୍ଗାର୍ଡ଼, ୧୮ ଜଣ ଇନ୍ସପେକ୍ଟର୍, ୩୬ ଜଣ ଏସ୍ଆଇ ଓ ୬୪ ଜଣ କନଷ୍ଟେବଳ ନିୟୋଜିତ ଅଛନ୍ତି । ପୁରୁଷୋତ୍ତମପୁର ଏସଡିପିଓ ସୂର୍ୟ୍ୟମଣି ପ୍ରଧାନ ଓ ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ତଦାରଖ କରିଛନ୍ତି।