THE BYAPINI

ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ

Get real time updates directly on you device, subscribe now.

ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ତେବେ ଦୀର୍ଘ ୨୧ ବର୍ଷ ପରେ ଏହି ଟାଇଟଲ ପୁଣି ହାସଲ କରିଛି ଭାରତ । ୭୦ ତମ ମିସ୍ ୟୁନିଭର୍ସ ଭାବେ ବିଜେତା ହୋଇଛନ୍ତି ହରନାଜ କୌର । ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ସୋମବାର ସକାଳୁ ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ହରନାଜ କୌର ବିଶ୍ୱର ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ । ତେବେ ଶେଷଥର ପାଇଁ ୨୦୦୦ ମସିହାରେ ଭାରତର ଝିଅ ଲାରା ଦତ୍ତ ଏହି ପ୍ରତିଯୋଗିତା ଜିତିଥିଲେ । ତୃତୀୟ ଭାରତୀୟ ଭାବେ ହରନାଜ ଏହି ଟାଇଟଲ ଜିତିଛନ୍ତି ।
ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମିସ୍ ପରାଗ୍ୱେ ଦ୍ୱିତୀୟ ସ୍ଥାନରେ, ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିଲେ ।ଚଣ୍ଡୀଗଡର ସିଖ୍ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସିନ୍ଧୁ । ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ହାସଲ କରିଥିଲେ । ଏହା ପରେ ୨୦୧୮ରେ ହରନାଜ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ୨୦୧୮ ତାଜ୍ ହାସଲ କରିଥିଲେ । ଦୁଇ ଦୁଟି ସଫଳତା ହାସଲ ପରେ ୨୦୧୯ରେ ସେ ମିସ୍ ଇଣ୍ଡିଆ ଭାଗ ନେଇଥିଲେ ଆଉ ଟପ୍ ୧୨ରେ ସ୍ଥାନ ପକ୍କା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.