THE BYAPINI

ବଢିଲା ଚିନ୍ତା, ବ୍ରିଟେନରେ ପ୍ରଥମ ଓମିକ୍ରନ ମୃତ୍ୟୁ

Get real time updates directly on you device, subscribe now.

ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଓମିକ୍ରନ ଭାଇରସରେ ଅଧିକ ସଂକ୍ରମିତ ହୋଇଥିଲେ ବି ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେତେଟା ଗମ୍ଭୀର ନଥିବା ବେଳେ ବ୍ରିଟେନ୍‌ରେ ପ୍ରଥମ ମୁଣ୍ଡ ନେଇଛି ଏହି ଭ୍ୟାରିଏଣ୍ଟ। ଦେଶରେ ଜଣେ ଓମିକ୍ରନ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭ୍ୟାରିଏଣ୍ଟ କେଉଁଠି ଅଧିକ ସଂଗଠିତ ହେଉଛି ତାକୁ ଚିହ୍ନଟ କରିବାର ଅଛି। ତେଣୁ ବୁଷ୍ଟର ଡୋଜ୍ ନେବା ପାଇଁ ପ୍ରସ୍ତୁତି କରିବା ଭଲ ଉପାୟ ହେବ ବୋଲି ବୋରିସ ଜନସନ କହିଛନ୍ତି।ସେ କହିଛନ୍ତି “ଦୁଃଖଦ କଥା। ଓମିକ୍ରନ ରୋଗୀଙ୍କୁ ଡାକ୍ତରଖାନାରେ ପକାଇ ଦେଉଥିବା ବେଳେ ଏବେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଓମିକ୍ରନ ପଜିଟିଭ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେଣୁ ମୁଁ ଭାବୁଛି ଯେ ଏହାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ।”

Get real time updates directly on you device, subscribe now.

Leave A Reply

Your email address will not be published.