THE BYAPINI

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ

Get real time updates directly on you device, subscribe now.

ସ୍ଥଗିତ ରହିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚିତ୍ର ପୁରସ୍କାରକୁ ବିତରଣ ଉତ୍ସବକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଚୟନକୁ ନେଇ ବିବାଦର ଶୁଣାଣି କରିଛନ୍ତି ହାଇକୋର୍ଟ । ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସ୍‌ଲାମ୍ । ଏହାର ଶୁଣାଣି କରି ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଚଳଚ୍ଚିତ୍ରଗୁଡ଼ିକର ପୁନଃବିଚାର କରି ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସଂସ୍କୃତି ବିଭାଗକୁ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ୨୦୨୨ ଜାନୁୟାରୀ ୭ ସୁଦ୍ଧା ପୁନଃ ବିଚାର କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନରେ ଓଡିଶାର ମୂଳ ଆଧାର ଚଳଚିତ୍ରକୁ ପ୍ରାଧାନ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଛବିରାଣୀ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମ୍ । ନବୀନ ନିବାସ ଆଗରେ ଦେହରେ କିରୋସିନ ଢାଳି ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ହାଇକୋର୍ଟ ଆଜି ସେହି ମାମଲାର ଶୁଣାଣି କରି ପୁରସ୍କାର ବିତରଣ ଉତ୍ସବକୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.