THE BYAPINI

ଇଣ୍ଡୋନେସିଆରେ ଭୂକମ୍ପର ଝଟକା, ସୁନାମୀ ଆଲର୍ଟ ଜାରି

Get real time updates directly on you device, subscribe now.

ଇଣ୍ଡୋନେସିଆ : ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ ।

ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି। ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି। ତେଣୁ ଫ୍ଲୋରେସ ଦ୍ୱୀପ ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି ।ଫ୍ୟାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର କହିଛି, ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ଉପକୂଳରେ ଥିବା ୧୦୦୦ କିମି ଅଞ୍ଚଳ ଯାଏ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି। ତେଣୁ କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ପୂର୍ବରୁ ମଧ୍ୟ ଇଣ୍ଡୋନେସିଆରେ ଏପରି ବଡ଼ଧରରଣ ଭୂକମ୍ପ ଝଟକା ପରେ ସୁନାମି ଆସି ପ୍ରଳୟ ରଚିଥିଲା। ତେଣୁ ଲୋକମାନେ ଏହି ଖବର ପାଇବା ପରେ ଆତଙ୍କିତ ହୋଇପଡ଼ିଛନ୍ତି।

୨୦୦୪ରେ ୯.୧ ତୀବ୍ରତାର ଭୂକମ୍ପ ଝଟକାରେ ସୁମାତ୍ରା ଥରିଥିଲା। ଏହାପରେ ଆସିଥିବା ଭୟଙ୍କର ସୁନାମି ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୨୨୦,୦୦୦ ଲୋକଙ୍କ ଜୀବନ ନେଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.