୧୯ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ
୧୯ ବର୍ଷ ପରେ ଜେଲରୁ ଖଲାସ ହେଲେ ଆଜୀବନ କଏଦୀ। ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ହାବିଲ ସିନ୍ଧୁ । ୨୦୦୩ରେ ଏହି ହତ୍ୟା ଘଟଣା ଘଟିଥିଲା । ଏହାପରଠାରୁ ସେ ଜେଲରେ ଥିଲେ । ପାଖାପାଖି ୧୯ ବର୍ଷ ଜେଲରେ ରହିବା ପରେ ହାବିଲ ସିନ୍ଧୁ ବାରିପଦା ମଣ୍ଡଳ କାରଗାରରୁ ମୁକ୍ତ ହୋଇଛନ୍ତି ।
୨୦୦୫ରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଦଣ୍ଡିତ କରିଥିଲେ । ଏହାପରେ ହାବିଲ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପୁଣିଥରେ ରାୟ ଶୁଣାଇଥିଲେ । ଆଉ ୧୧ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଗିରଫ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ବାରିପଦାର ଜିଲ୍ଲା ଦୌରା ଜଜ କୋର୍ଟ ।