THE BYAPINI

ଏସଟିଏଫ୍ କବଜାରେ ବନ୍ଧୁକ ବେପାରୀ

Get real time updates directly on you device, subscribe now.

ଏସଟିଏଫ୍ କବଜାରେ ବନ୍ଧୁକ ବେପାରୀ । ଅନୁଗୁଳ ଛେଣ୍ଡିପଦା ଅଂଚଳରେ ଏସଟିଏଫର ରେଡ୍ । ଦେବଗଡ ଏବଂ ଅନୁଗୋଳ ସୀମାରେ ବେଆଇନ୍ ବନ୍ଧୁକ କାରବାର ହେଉଥିବା ଖବର ପାଇ ମିଳିତ ଭାବରେ ଅନୁଗୋଳ ପୁଲିସ ଏବଂ ଏସଟିଏଫ୍ ଚଢାଉ କରିଥିଲା । ଗିରଫ ଅଭିଯୁକ୍ତ ରତ୍ନାକର କାଲଟା ବୋଲି ଜଣାପଡିଛି । ଅଭିଯୁକ୍ତ ନିକଟରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ କରିଛିି ଏସଟିଏଫ୍ । ୨୦୨୦ରୁ ଏଯାଏଁ ଏସଟିଏଫ୍ ବିଭିନ୍ନ ସ୍ଥାନରୁ ୬୪ଟି ବନ୍ଧୁକ ଓ ୯୮ ରାଉଣ୍ଡ ଗୁଳି ଜବତ କରିଛି ।
ରତ୍ନାକରର ଘର ସମ୍ବଲପୁର ଜିଲ୍ଲା ସରପାଲି ଅଞ୍ଚଳରେ ହୋଇଥିବା ବେଳେ ଗତ କିଛିଦିନ ହେଲା ଏଠାରେ ରହି ଚୋରା ବନ୍ଧୁକ ବେପାର ବଢାଇ ଚାଲିଥିଲା । ଏନେଇ ଛେଣ୍ଡିପଦା ଥାନାରେ ମାମଲା ରୁଜୁ ହୋଇଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରେଜେଙ୍ଗ ଗାଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଯୁବକ ଠାରୁ ପୁଲିସ ବେଆଇନ ଦେଶୀ ପିସ୍ତଲ ଓ ଗୁଳି ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ନାକଟିଦେଉଳ ଥାନା ସରାପାଲି ଗ୍ରାମର ରତ୍ନାକର କାଲଟା ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଅଂଚଳରେ ବେଆଇନ ଦେଶୀ ପିସ୍ତଲ ଓ ଗୁଳି ବ୍ୟବସାୟ ଚଳେଇଥିଲେ । ଦୀର୍ଘଦିନରୁ ଏସଟିଏଫ ଟିମ ପକ୍ଷରୁ ରତ୍ନାକରଙ୍କ ପିଛା କରୁଥିଲା । ଗତକାଲି ରାତିରେ କୌଣସି ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ କେରେଜେଙ୍ଗ ଠାରେ ରାସ୍ତାରେ ଅପେକ୍ଷା କରିଥିବା ବେଳେ ରତ୍ନାକରଙ୍କ ଠାରୁ ୮ ଦେଶୀ ପିସ୍ତଲ ଓ ୭ ଜବତ ଏସଟିଏଫ ଟିମ ଜବତ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.