ନୂଆ ବର୍ଷରେ ଆସିପାରେ ନୂଆ ଗାଇଡଲାଇନ୍ !
ନୂଆ ବର୍ଷ ପାଇଁ ଆସିପାରେ ନୂଆ ଗାଇଡଲାଇନ୍ । ରାଜ୍ୟରେ ଓମିକ୍ରନ୍ ଭୟ ଭିତରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆ ବର୍ଷରେ ଯେପରି ଲୋକେ ବହୁମାତ୍ରାରେ ଏକାଠି ନହୁଅନ୍ତି, ଯେପରି ସଂକ୍ରମଣ ନବଢୁ ସେନେଇ ଆସିପାରେ ନୂଆବର୍ଷ ଗାଇଡଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେ କହିଛନ୍ତି, ରାଜ୍ୟ ସରକାରଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକଣା ବଢାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାଇତ୍ୱ ଦିଆଯାଇଛି । ସ୍ଥିତି ଦେଖି କଟକଣା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ୍ ଓ ସିଟି ଭ୍ୟାଲୁ ଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ ହେବ । ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।