THE BYAPINI

କଟକଣା ଭିତରେ ବଡ଼ଦିନ

Get real time updates directly on you device, subscribe now.

ଆଜି ପବିତ୍ର ବଡ଼ଦିନ । ମଧ୍ୟରାତ୍ରରେ ଧରାପୃଷ୍ଠକୁ ଆଗମନ କରିଛନ୍ତି ଯୀଶୁ । କରୋନା ପାଇଁ ନିରାଡମ୍ବରରେ ପାଳନ ହେଉଛି ଖ୍ରୀଷ୍ଟ୍ରମାସ । ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାତ୍ର ୫୦ ଜଣଙ୍କ ଭିତରେ ଚର୍ଚ୍ଚରେ ବଡଦିନ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାମଲମ୍ବୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା।
କଟକଣାକୁ ଦୃଷ୍ଟିରେ ରଖି ଏଥର ନିରାଡମ୍ବର ଭାବେ ବଡ଼ଦିନ ପାଳିତ ହେଉଛି । ଚର୍ଚ୍ଚ ମଧ୍ୟରେ ମାତ୍ର ୫୦ଜଣ ଲୋକରେ ଉତ୍ସବ ପାଳିବାକୁ ଅନୁମତି ମିଳିଛି । ବିଭିନ୍ନ ଚର୍ଚ୍ଚରେ କେକ୍ କାଟି ପ୍ରଭୂ ଯୀଶୁଙ୍କ ଧରାବତରଣ ଖୁସିକୁ ମନାଇଛନ୍ତି ଧର୍ମାବଲମ୍ବି । ଶୋଭାଯାତ୍ରାରେ ସାନ୍ତାକ୍ରୁଜ ବେଶରେ ଶ୍ରଦ୍ଧାଳୁ ମାନେ ଉତ୍ସବ ମନାଉଛନ୍ତି । କେତେକ ଚର୍ଚ୍ଚରେ ଭର୍ଚୁଆଲ ପ୍ରାର୍ଥନାରେ ଯୋଗଦେଇ ପୂଜାର୍ଚ୍ଚନା କରାଯାଇଛି ।
କନ୍ଧମାଳ ଜିଲ୍ଲାର ସମସ୍ତେ ଖ୍ରୀଷ୍ଟିୟାନ ସଂପ୍ରଦାୟ ଯୀଶୁ ଜନ୍ମତ୍ସୋବ ପାଳନ କରୁଛନ୍ତି । ସରକାରଙ୍କ କଟକଣା ମାନି କମ୍ ସଂଖ୍ୟକ ଶ୍ରଦ୍ଧାଳୁରେ ଏହି ଦିନକୁ ପାଳନ କରାଯାଇଛି । ଫୁଲବାଣୀ ସମେତ ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ଚର୍ଚ୍ଚଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଲୋକେ ମାସ୍କ୍ ପିନ୍ଧି ସାମାଜିକ ଦୂରତା ମାନି ଗତକାଲି ମଧ୍ୟ ରାତ୍ରୀରେ ବଡଦିନ ପାଳନ କରିଛନ୍ତି । ପ୍ରଭୁ ଯୀଶୁଙ୍କୁ ଜନ୍ମ ପରେ ଚର୍ଚ୍ଚରେ ପ୍ରାର୍ଥନା, କ୍ୟାରେଲ୍ ଗାନ ଆରମ୍ଭ ହୋଇଥିଲା । ନାଚ ଗୀତ, ବାଜା ବଜେଇ ଛୋଟ ଶିଶୁକୁ ସ୍ୱାଗତ କରିଥିଲେ । ତା ପରେ ଦିବ୍ୟ ପ୍ରସାଦ ଲାଭ କରିଥିଲେ ଶ୍ରଦ୍ଧାଳୁ । ପୃଥିବୀକୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ପାଖରେ ସମୂହ ପ୍ରାର୍ଥନା କରିଥିଲେ

Get real time updates directly on you device, subscribe now.

Leave A Reply

Your email address will not be published.