THE BYAPINI

ସୌରଭ ଗାଙ୍ଗୁଲିଙ୍କୁ କରୋନା

Get real time updates directly on you device, subscribe now.

ବିସିସିଆଇ ଅଧ୍ୟକ୍ଷ ତଥ୍ୟା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ୍ ଗାଙ୍ଗୁଲିଙ୍କୁ କରୋନା । ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଙ୍ଗୁଲିଙ୍କ କରୋନା ସାମ୍ପୁଲକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଜଣା ପଡିବ ଏହା ଓମିକ୍ରନ୍ ଭାରିଆଣ୍ଟ କି ନାହିଁ ।
ତେବେ ଗତ କିଛି ଦିନ ପୂର୍ବରୁ ଦାଦାଙ୍କ ଦେହ ଖରାପ ହେବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥିଲା । ୨୦୨୧ରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟ ଆଟାକ୍ ଆସିଥିଲା, ଯେଉଁଥିପାଇଁ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ରହିବାକୁ ପଡିଥିଲା । ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇର ଚିନ୍ତା ବଢିଯାଇଛି । ବର୍ତ୍ତମାନ ସୌରଭ୍ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.