ଆଜିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ
ନୂଆ ବର୍ଷରେ ପର୍ୟ୍ୟଟକଙ୍କ ଭିଡ ଜମୁଥିବାରୁ ଆଜିଠୁ ୫ ଦିନ ବନ୍ଦ ରହିବ ନନ୍ଦନକାନନ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ୟ୍ୟଟକଙ୍କ ପାଇଁ ନନ୍ଦନକାନନକୁ ୫ ଦିନ ପାଇଁ ବନ୍ଦ ରଖାଯାଇଛି । କରୋନା ସଂକ୍ରମଣ ଏଡାଇବାକୁ ଆଜିଠାରୁ ୩ ତାରିଖ ପର୍ୟ୍ୟନ୍ତ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ।
୨ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୩ ତାରିଖ ସୋମବାର ଛୁଟି ପଡ଼ୁଥିବାରୁ ସେଦିନ ମଧ୍ୟ ନନ୍ଦନକାନନ ବନ୍ଦ ରହିବ । ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରବେଶ ଫାଟକଠାରୁ ବିଭିନ୍ନ ଖୁଆଡ଼ ପର୍ୟ୍ୟନ୍ତ ସୁନ୍ଦର ରଙ୍ଗିନ୍ ଫୁଲରେ ସଜ୍ଜା ଯାଇଥିଲା । ବିଶେଷକରି ୬ ଛୁଆଙ୍କ ନାମକରଣ କାର୍ୟ୍ୟକ୍ରମ ଥିବାରୁ ବାଘ ଖୁଆଡ଼କୁ ବଡ଼ ଆକର୍ଷଣୀୟ ଭାବେ ସଜ୍ଜା ଯାଇଥିଲା । ପୂର୍ବରୁ ପର୍ୟ୍ୟଟକଙ୍କଠାରୁ ମିଳିଥିବା ନାଁଗୁଡ଼ିକରୁ ବାଛିବାଛି ନାମକରଣ କରାଯାଇଥିଲା ।