THE BYAPINI

ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଭୟ..ହାଇଆଲର୍ଟ ଜାରି କଲା ପୁଲିସ

Get real time updates directly on you device, subscribe now.

କରୋନା ସଙ୍କଟ ଭିତରେ ମୁମ୍ବାଇ ଉପରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଭୟ । ଖାଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ସୂଚନା ପାଇଛି ଗୁଇନ୍ଦା ବିଭାଗ । ଏହାକୁ ନେଇ ସାରା ସହରରେ ହାଇ ଆଲର୍ଟ ଜାରି କରିଛି ମୁମ୍ବାଇ ପୋଲିସ ।

ପୂରା ମୁମ୍ବାଇରେ ହାଇ ଆଲର୍ଟ । ରେଳ ଷ୍ଟେସନ ସମେତ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା କଡ଼ାକଡ଼ି । ଅନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବା ସହ ପୁଲିସ କର୍ମଚାରୀମାନଙ୍କର ସାପ୍ତାହିକ ଛୁଟି ଏବଂ ଦୀର୍ଘକାଳୀନ ଛୁଟି ବାତିଲ କରିଛି। ନବବର୍ଷ ଅବ୍ୟବହିତ ପୂର୍ବରୁ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିବାର ସମ୍ଭାବନା ଥିବା ପୁଲିସକୁ ସୂଚନା ମିଳିଛି। ତେଣୁ, ଶୁକ୍ରବାର ଦିନ ‘ବନ୍ଦୋବସ୍ତ ଡିୟୁଟି’ ନିମନ୍ତେ ଆମେ ପୁଲିସ କର୍ମଚାରୀମାନଙ୍କର ସାପ୍ତାହିକ ଛୁଟି ଏବଂ ଦୀର୍ଘକାଳୀନ ଛୁଟି ବାତିଲ କରିଛୁ । ନୂଆବର୍ଷ ପୂର୍ବରୁ ଆକ୍ରମଣ ଯୋଜନା ଥିବା ସୂଚନା ମିଳିଥିବାରୁ ଗେଟ୍ ଓ୍ବେ ଅଫ୍ ଇଣ୍ଡିଆ ଓ ମେରାଇନ ଡ୍ରାଇଭ ଏରିଆରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

‘ଜିଆର୍‌ପି’ ମୁମ୍ବାଇର କମିସନର୍‌ କାଇଜର୍‌ ଖଲିଦ୍‌ ଟୁଇଟ୍‌ କରି କହିଛନ୍ତି, କୋଭିଡ୍‌-୧୯ ପରିସ୍ଥିତି ସଂକ୍ରାନ୍ତରେ ସରକାରଙ୍କ ନିର୍ଦେଶ ମାନିବାକୁ ଆମେ ଜନସାଧାରଣଙ୍କୁ ପରାମର୍ଶ ଦେଉଛୁ। ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ଯାଞ୍ଚ, ତଲାସ ଏବଂ ଆକ୍ରମଣ ଭଣ୍ଡୁର କରିବା ପାଇଁ ପୁଲିସ ବହୁସଂଖ୍ୟକ କର୍ମଚାରୀ ମୁତୟନ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.