THE BYAPINI

ନୂଆବର୍ଷରେ କମିଲା ଗ୍ୟାସ୍ ଦର

Get real time updates directly on you device, subscribe now.

ନୂଆବର୍ଷରେ କମିଲା ଗ୍ୟାସ୍ ଦର । କମର୍ସିଆଲ ଗ୍ୟାସ୍ ୧୦୨ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହେବ । ଓଡ଼ିଶାରେ ୧୯ କିଲୋ କମର୍ସିଆଲ ଗ୍ୟାସ୍ ଦର ୧୮ ଶହ ୧୫ ଟଙ୍କା ହୋଇଛି ।

ଦିଲ୍ଲୀରେ ଗ୍ୟାସ୍ ଦର ୧୯୯୮ ଟଙ୍କା ୫୦ ପଇସାରେ ପହଂଚିଛି । ଗତବର୍ଷ ଡିସେମ୍ବର ୧ ତାରିଖରେ ଗ୍ୟାସ୍ ଦର ବୃଦ୍ଧି ହୋଇଥିଲା । ୧୦୩ ଟଙ୍କା ମହଙ୍ଗା ହୋଇଥିଲା ଗ୍ୟାସ୍ । ୧୯ କିଲୋ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଥିବା ବେଳେ ଅନ୍ୟ କୌଣସି ସିଲିଣ୍ଡରରେ ଦର କମିନାହିଁ । ଘରୋଇ ଗ୍ୟାସ୍ ଦର ମଧ୍ୟ ହ୍ରାସ କରାଯାଇନାହିଁ । ଗତ ଡିସେମ୍ବର ୧ ତାରିଖରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି ସିଲିଣ୍ଡର୍‌’ ମୂଲ୍ୟ ଟ. ୧୦୦/- ବୃଦ୍ଧି କରାଯିବାରୁ ଦିଲ୍ଲୀରେ ଏହାର ଦର ଥିଲା ଟ. ୨,୧୦୧/-। ଏହା ଥିଲା ଦ୍ବିତୀୟ ବାର ସର୍ବାଧିକ ଦାମ୍‌ ଥିବା ସିଲିଣ୍ଡର୍‌ । ଏହା ପୂର୍ବରୁ ୨୦୧୨-୧୩ରେ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି ସିଲିଣ୍ଡର୍‌’ର ମୂଲ୍ୟ ଥିଲା ଟ. ୨,୨୦୦/- । ଅନ୍ୟ ପକ୍ଷରେ, ଘରୋଇ ବ୍ୟବହାର ପାଇଁ ଥିବା ୧୪.୨ କିଲୋ, ୫ କି‌ଲୋ, ଏବଂ ୧୦ କିଲୋ କମ୍ପୋଜାଇଟ୍‌ କିଂବା ୫ କିଲୋ କମ୍ପୋଜାଇଟ୍‌ ସିଲିଣ୍ଡର୍‌ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଅର୍ଥାତ୍‌ ସେ ସବୁର ମୂଲ୍ୟ ହ୍ରାସ କରାଯାଇନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.