THE BYAPINI

ଘରୁ ମିଳିଲା ୧୩ ଲକ୍ଷର ଜାଲ୍‌ ନୋଟ୍‌

Get real time updates directly on you device, subscribe now.

ଯାଜପୁରରେ ଜାଲନୋଟର ଜାଲ । ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରେ ଚାଲିଥିଲା ନକଲି ନୋଟ କାରବାର।ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରେ ଚାଲିଥିଲା ନକଲି ନୋଟ କାରବାର । ପୋଲିସ ଏହି ଭଡା ଘରେ ଚଢାଉ କରି ୧୩ଲକ୍ଷ ୧୭ହଜାର ୫ଶହ ଟଙ୍କା ଜାଲ ନୋଟ ଜବତ କରିବା ସହ ଚନ୍ଦ୍ରମଣି ବଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।ଗିରଫ ବ୍ୟକ୍ତିର ଘର ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଜାଲ୍‌ ନୋଟ୍‌ ଏଠାକୁ ଆସିଲା କିପରି ? ଆଣିଲା କିଏ ? ଏଥିରେ ଆଉ କିଏ ସଂପୃକ୍ତି ? ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ଟାଉନ୍‌ ଥାନା ପୋଲିସ ।
୧୩ଲକ୍ଷ ୧୭ହଜାର ୫ଶହ ଟଙ୍କା ଜାଲ ନୋଟ ସହପ୍ରିଂଟ ମେସିନ ମଧ୍ୟ ଜବତ କରାଯାଇଛି । ଏକ ବଡ ରାକେଟ ସକ୍ରୀୟ ଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.