୧୦ରୁ କଟକରେ ବୁଷ୍ଟର ଡୋଜ୍ ଟିକାକରଣ
ଆସନ୍ତା ୧୦ରୁ କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ । ନୋଡ଼ାଲ ଅଫିସର ଡକ୍ଟର ଉମେଶ ରାୟ ଏନେଇ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ଆସନ୍ତା ୧୦ରୁ କଟକରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା ପ୍ରଥମେ ନେବେ ବୁଷ୍ଟର ଡୋଜ । ୬୦ ବର୍ଷରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗରେ ପୀଡିତ ବୟସ୍କ ଲୋକ ମଧ୍ୟ ନେବେ ବୁଷ୍ଟର ଡୋଜ । ଦ୍ବିତୀୟ ଡୋଜର ୯ ମାସ ପରେ ବୁଷ୍ଟର ଡୋଜ ଦିଆଯିବ । ସମୟ କ୍ରମେ ସାଧାରଣ ଲୋକ ବୁଷ୍ଟର ଡୋଜ ଦିଆଯିବ ।