ଡିସିପି ଅଫିସ୍ ସିଲ୍
ଡିସିପି ଅଫିସରେ ପଶିଲା କରୋନା । ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ କଲା ବିଏମସି । ଡିସିପି ଅଫିସକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।
ସେପଟେ, ରାଜ୍ୟରେ ୨୪ ଘଂଟା ଭିତରେ ୬୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁନରୁ ୧୮ ବର୍ଷ ଭିତରେ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୭ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୮୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।ତେବେ ଖୋର୍ଦ୍ଧାରୁ ସର୍ବାଧିକ ୨୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୯, ସମ୍ବଲପୁରରୁ ୪୨, ସୁନ୍ଦରଗଡ଼ରୁ ୬୯, ଝାରସୁଗୁଡ଼ାରୁ ୨୫, ନବରଙ୍ଗପୁରରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।