ନୂଆବର୍ଷ ନାଚକୁ ନା ନା..
ଜିରୋ ନାଇଟରେ ତାଲା । ବାଜିବନି ଡିଜେ,ହେବନି ଡ୍ୟାନ୍ସ । ମହାମାରୀ କରୋନା ପାଇଁ ଫିକା ହେବ ନୂଆବର୍ଷର ସ୍ୱାଗତ । ଏଥର ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ । ଜାନୁଆର ୩୧ ତାରିଖ ରାତିରେ କୋଭିଡ ଗାଇଡଲାଇନ ଅନୁଯାୟୀ କୌଣସି ପ୍ରକାର ଉତ୍ସବ ହେବନି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର ।
ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କୌଣସି ହୋଟେଲରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯିବନି । ଡିସେମ୍ବର ୩୧ ତାରିଖ ରାତିରେ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ । ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ । ତେଣୁ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି ।
ଅପରପକ୍ଷେ ଡିସେମ୍ବର ୨୫ ତାରିଖ ବଡ ଦିନ ପାଳନ ନେଇ ଚର୍ଚ୍ଚକୁ ସ୍ଵତନ୍ତ୍ର ଅନୁମତି ମିଳି ପାରିବ । ସ୍ଵତନ୍ତ୍ର ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡିବ। କେତେ ସଂଖ୍ୟକ ଲୋକ ଏକାଠି ହେବେ ଦର୍ଶାଇବାକୁ ପଡିବ। ସେହି ଅନୁସାରେ ଅନୁମତି ଦିଆଯିବ ବୋଲି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।