THE BYAPINI

କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇବେ ୭ଲକ୍ଷ ବାସିନ୍ଦା ।ଭରଚୁଆଲ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ନଗର ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା କାର୍ୟ୍ୟକ୍ରମରେ ୩ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ । ସେ ଦୁଇଟି ପାଇଲଟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।
ସୁଜଳ ଯୋଜନାରେ ମହାନଦୀରୁ ପାଣି ବିଶୋଧିତ କରାଯାଇ ପ୍ରଥମ ପର୍ୟ୍ୟାୟରେ ୨ଟି ଅଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ପାଣି ସୁବିଧା ଯୋଗେଇ ଦିଆଯିବ। କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଜଷ୍ଟିସ କଲୋନିବାସୀ ଓ ଜଗତପୁର ୪୮ ନମ୍ବର ୱାର୍ଡବାସୀ ଏହି ସୁବିଧା ପାଇବେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନନ୍ୟା ଦାସ, ରାଜ୍ୟସଭା ସାଂସଦ ସୁବାସ ସିଂହ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ କଟକଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.