THE BYAPINI

ଚାଷୀଙ୍କ ପାଇଁ ବିଜୁଳି ବିଲ୍‌ ଅଧା କଲେ ୟୁପି ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଉତ୍ତରପ୍ରଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜାନୁଆରୀରୁ ଚାଷୀଙ୍କ ବିଦ୍ୟୁତ୍ ଶୁଳ୍କ ଅଧା କରାଯାଇଛି। ଫଳରେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ୫୦ ପ୍ରତିଶତ ହ୍ରାସ ପାଇବ। ସରକାରଙ୍କ ଏହି ନିଷ୍ପତ୍ତି ପାୱାର କର୍ପୋରେସନ ଉପରେ ୧୦୦୦ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। ପ୍ରାୟ ୧୩ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ପାୱାର କର୍ପୋରେସନର ଏହି କ୍ଷତି ରାଜ୍ୟ ସରକାର ବହନ କରିବେ ।
ବିଜୁଳି ବିଲ ଛାଡ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ଏହି ନୂଆ ବ୍ୟବସ୍ଥା ପାଇଁ ଉତ୍ତର ପ୍ରଦେଶ ପାୱାର କର୍ପୋରେସନକୁ ବର୍ଷକୁ ପାଖା ପାଖି ୧ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ । ଏନେଇ ରାଜ୍ୟ ସରକାର ୟୁପିପିସିଏଲକୁ ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ।
ପ୍ରତିବର୍ଷ ନୂଆଦର ମୁତାବକ ଗ୍ରାମୀଣ କ୍ଷେତ୍ରରେ ଚାଷୀମାନଙ୍କୁ ବିଜୁଳି ବିଲର ଅଧା ଦେବାକୁ ପଡି ବ । ବର୍ତମାନ ଚାଷୀମାନେ ୟୁନିଟ ପ୍ରତି ୨ ଟଙ୍କା ଦେଉଥିବା ବେଳେ ଏବେ ତାଙ୍କୁ ସମାନ ପରିମାଣର ବିଜୁଳି ପାଇଁ ୟୁନିଟ ପ୍ରତି ୧ ଟଙ୍କା ଦେବାକୁ ପଡିବ ।
ସେହିଭଳି ବିଦ୍ୟୁତ୍ ଚାଳିତ ପମ୍ପଗୁଡିକ ଯାହା ୧.୬୫ ଟଙ୍କା ପ୍ରତି ୟୁନିଟ ଦର ଚାର୍ଜ ଲାଗୁଥିଲା ଏବେ କୃଷକମାନେ ୟୁନିଟ ପ୍ରତି ୦.୮୩ ଟଙ୍କା ଦେବେ । ସେହିଭଳି ସହରାଞ୍ଚଳରେ ବିଦ୍ୟୁତ ଚାଳିତ ନଳକୂପ କନେକସନ ପାଇଁ ଗ୍ରାହକଙ୍କୁ ୟୁନିଟ ପ୍ରତି ୬ ଟଙ୍କା ଦେବାକୁ ପଡୁ୍ଥିବା ବେଳେ ଏବେ ସେମାନଙ୍କୁ ପ୍ରତି ୟୁନିଟକୁ ୩ ଟଙ୍କା ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଦ୍ୱାରା ରାଜ୍ୟରେ ପ୍ରାୟ ୧୩ ଲକ୍ଷ ଉପଭୋକ୍ତା ଲାଭବାନ ହେବେ ।

Get real time updates directly on you device, subscribe now.

Leave A Reply

Your email address will not be published.