THE BYAPINI

ସ୍ୱାତୀର ଶବ ମିଳିଲା,ସସପେନ୍ସ ବଢିଲା..

Get real time updates directly on you device, subscribe now.

ଆଉ ଫେରିଲାନି ସ୍ୱାତୀ । ମା’ କୋଳ ଖାଲିକରି ଚାଲିଗଲା । ପରୀ ମୃତ୍ୟୁ ନେଇ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ନୟାଗଡ ବଧିପାଟଣାର ନିଖୋଜ ୩ ବର୍ଷର ଶିଶୁକନ୍ୟାର ମୃତଦେହ ମିଳିଛି । ନିଖୋଜ ହେବାର ୫ ଦିନ ପରେ ପାଖ ଗାଁର ଏକ ପୋଖରୀରେ ସ୍ୱାତୀର ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ସ୍ୱାତୀକୁ କେହି ମାରିଦେଇ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।

ଗତ ୧୧ ତାରିଖ ଶୁକ୍ରବାର ଦିନ ବଧିପାଟଣାର ସଂଜୟ ସାହୁଙ୍କ ଝିଅ ସ୍ୱାତୀ ଗାଁ ଦାଣ୍ଡରେ ଖେଳୁଥିଲା । ସାଂଗମାନଙ୍କ ସହ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପାଇନଥିଲେ । ଶେଷରେ ବିଫଳ ହେବା ପରେ ରାଜସୁନାଖଳା ଫାଣ୍ଡିରେ ଏନେଇ ଅଭିଯୋଗ କରିଥିଲେ । ରଣପୁର ପୁଲିସ ଗାଁରେ ପହଚିଂ ତଦନ୍ତ ଆରମ୍ଭ କରିଥିଲା ।ଏହା ପରେ ଦମକଳ ବାହିନୀ ଗାଁରେ ପହଚିଂ ପୋଖରୀ ଓ ବିଭିନ୍ନ କୂଅରେ ଖୋଜାଖୋଜ କରିଥିଲେ ମଧ୍ୟ ସ୍ୱାତୀର କୌଣସି ପତା ପାଇନଥିଲେ । ଖୋଦ ନୟାଗଡ ଏସପି ମଧ୍ୟ ଏହାର ତଦାରଖ କରିବା ସହ ଗାଁ ଗାଁ ବୁଲି ସ୍ୱାତୀ ବିଷୟରେ ତଥ୍ୟ ସଂଗ୍ରହ ଚାଲିଥିଲା । ହେଲେ ରହସ୍ୟଜନକ ଭାବେ ନିଖୋଜ ହୋଇଥିବା ସ୍ୱାତୀର ମୃତଦେହ ଶେଷର ୫ ଦିନ ପରେ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା ।

ପରୀ ମୃତ୍ୟୁ ନେଇ ଏଯାଏ ପୁଲିସ ହତ୍ୟାକାରୀକୁ ଗିରଫ କରିବାରେ ଫେଲ ମାରିଥିବା ବେଳେ ସ୍ୱାତୀର ମୃତଦେହ ମିଳିବା ପୁଲିସ ପାଇଁ ନିଦ ହଜାଇଦେଇଛି । ସ୍ୱାତୀର ମୃତଦେହ ମିଳିବା ପରେ ମୃତ୍ୟୁର ରହସ୍ୟ ଖୋଜିବାକୁ ଏହାର ପୋଷ୍ଟମର୍ଟମ କରିବା ସହ ଫୋରେନସିକ ଯାଂଚ ପାଇଁ ପଠାଇଛି ପୋଲିସ । ତେବେ ଏମିତି ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେବା ସେମାନଙ୍କ ମୃତଦେହ ମିଳୁଥିବାରୁ ଏବେ ପ୍ରଶ୍ନ ଉଠୁଛି ପୁଲିସ କରୁଛି କଣ । ଯାଜପୁର ବିଂଝାରପୁର ମଧୁସୂଦନପୁରର ମଧ୍ୟ ୨ ବର୍ଷର ଶିଶୁ ପିହୁ ନିଖୋଜ ହେବାକୁ ୫ ମାସ ବିତିଲାଣି, ହେଲେ ଏଯାଏ ପିହୁର ପତା ପାଉନି ପୁଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.