ଟ୍ଵିନସିଟିକୁ ରାତିରେ ଜଗିବେ ୨୫ ପ୍ଲାଟୁନ ଫୋର୍ସ
ଆଜିଠୁ ଟ୍ବିନସିଟିରେ ଲାଗୁ ହେବ ନାଇଟକର୍ଫ୍ୟୁ । ରାତି ୯ ଟାରୁ ସକାଳ ୫ ଯାଏଁ ଲାଗିବ କଟକଣା । ଫେବ୍ରୁଆରୀ ୧ ଯାଏଁ ବଳବତ୍ତର ରହିବ । କୋଭିଡ ନିମୟ ଭାଙ୍ଗି ଅମାନିଆ ହେଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଆଜିଠାରୁ ରାଜ୍ୟର ସହରାଂଚଳ ଗୁଡିକରେ ନାଇଟ କର୍ପ୍ୟୁ କଡାକଡି ହେବ । କଟକ-ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର । ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ । ନିୟମ ଭାଙ୍ଗିଲେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିଶନର । ସେ କହିଛନ୍ତି, ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଂଟ ଓଦୋକାନ ବଜାର ବନ୍ଦ ରହିବ । କୌଣସି ଦୋକାନ, ମଲ କିମ୍ବା ରେଷ୍ଟୁରାଂଟ ନିୟମ ଖିଲାପ କଲେ ଅତି କମରେ ୭ ଦିନ ପାଇଁ ବନ୍ଦ କରାଯିିବ ।
ତେବେ ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ପୋଲିସ ସମିଶନର । ସେ କହିଛନ୍ତି ଟ୍ଵିନ ସିଟିରେ ନିୟୋଜିତ ହେବେ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ଅଫିସର ।